ଦେବଗଡ: କାଉଁଶିବାହାଳ ନିକଟରେ ବାଇକ ଦୁର୍ଘଟଣାରେ ଜଣେ ଯୁବକ ଆହତ
ଦେବଗଡ ଥାନା ଅନ୍ତର୍ଗତ କାଉଁଶିବାହାଳ ନିକଟରେ ବାଇକ ଦୁର୍ଘଟଣାରେ ଜଣେ ଯୁବକ ଆହତ ହୋଇଛନ୍ତି । ଆହତ ଯୁବକ ହରେକୃଷ୍ଣପୁର ଗ୍ରାମର ସଦାନନ ବେହେରା ବୋଲି ଜଣାପଡିଛି । ସୂଚନା ଅନୁଯାୟୀ ସଦାନନ ବାଇକରେ ଏକୁଟିଆ ଯାଉଥିବା ବେଳେ ସାମ୍ନାକୁ ହଠାତ ଅନ୍ୟ ଏକ ବାଇକ ପଳାଇ ଆସିଥିଲା । ଫଳରେ ଭାରସାମ୍ୟ ହରାଇ ସଦାନନ ଦୁର୍ଘଟଣାର ଶିକାର ହୋଇଥିବା ବେଳେ ବାଇକ ସହିତ ରାସ୍ତାରେ ଛିଟିକି ପଡିଥିଲେ । ଫଳରେ ତାଙ୍କ ମୁଣ୍ଡ ଏବଂ ମୁହଁ ସମେତ ଶରୀରର ବିଭିନ୍ନ ସ୍ଥାନରେ ଆଘାତ ଲାଗିଥିଲା । ସ୍ଥାନୀୟ ଲୋକ ତାଙ୍କୁ ଉଦ୍ଧାର କରିଥିଲେ ।