ବୌଦ୍ଧ ସଦର: ବୌଦ୍ଧ ମହୋତ୍ସବ, ପଲ୍ଲିଶ୍ରୀ ମେଳା, ବୟନିକା ପ୍ରଦର୍ଶନୀ ଏବଂ ସ୍ବଦେଶୀ ମେଳା ର ସାଂସ୍କୃତିକ କମିଟି ପ୍ରସ୍ତୁତି ବୈଠକ ଅନୁଷ୍ଠିତ
ବୌଦ୍ଧ ଜିଲ୍ଲାପାଳଙ୍କ ସଦଭାବନା ଗୃହ ଠାରେ ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ତଥା ଭାରପ୍ରାପ୍ତ ଜିଲ୍ଲା ସଂସ୍କୃତି ଅଧିକାରୀ ରିତାକାନ୍ତି ବଲିଆରସିଂଙ୍କ ଆହ୍ୱାନକ୍ରମେ ସନ୍ଧ୍ୟା 6 ଘଣ୍ଟା ସମୟରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଥିଲା l ଏଥିରେ ବିଭିନ୍ନ ଆଲୋଚନାରେ ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ରାହୁଲ କୁମାର ପ୍ରଧାନ, ଚିତ୍ତରଞ୍ଜନ ଦାଶ, ବସନ୍ତ କୁମାର ସାହୁ,ସୁରେନ୍ଦ୍ର କର୍ଣ୍ଣ, ଗୋପାଳ କୃଷ୍ଣ ବେହେରା ପ୍ରମୁଖ ଉପସ୍ଥିତ ଥିଲେ