ଶଙ୍ଖଚିଲା ମା ହେଙ୍ଗୁଳା ପୀଠର ବିକାଶ ପାଇଁ ଉମାପଦା କାର୍ଯ୍ୟାଳୟରେ ବିଧାୟକଙ୍କୁ ଭେଟିଲେ କମିଟି ସଦସ୍ୟ l ମା ହେଙ୍ଗୁଳାଙ୍କ ପାରିପାର୍ଶ୍ଵିର ବିକାଶ ପାଇଁ ଏବେ ଅଣ୍ଟା ଭିଡିଛନ୍ତି ମା ହେଙ୍ଗୁଳା କମିଟି ସଦସ୍ୟ l ବିଶେଷ ଭାବରେ ଭକ୍ତ ମାନେ ରହଣି ପାଇଁ କଲ୍ୟାଣ ମଣ୍ଡପ,ବିଶ୍ରାମଗାର ଓ ସୌନ୍ଦର୍ଯ୍ୟ କରଣ ପାଇଁ କମିଟି ପକ୍ଷରୁ ଆରମ୍ଭ ହେଉଛି ପ୍ରୟାସ l ତେବେ ଏହାର ବିକାଶ ପାଇଁ ଆଜି ମା ହେଙ୍ଗୁଳା କମିଟି ସଦସ୍ୟ ଅନନ୍ତ ଚରଣ ମଲ୍ଲିକଙ୍କ ନେତୃତ୍ୱରେ ଏକ ପ୍ରତିନିଧି ଦଳ ଉମାପଦା କାର୍ଯ୍ୟାଳୟରେ ବିଧାୟକ ଆକାଶ ଦାସନାୟକଙ୍କୁ ଭେଟିଛନ୍ତି l