ଡାଞୁ ଗ୍ରାମର ଧର୍ମ ମଣ୍ଡପ ପ୍ରତିଷ୍ଠା ଉତ୍ସବ ଅନୁଷ୍ଠିତ । ଖଜୁରୀପଡ଼ା ବ୍ଲକ ଅନ୍ତର୍ଗତ ଦଳପଡ଼ା ପଞ୍ଚାୟତ ଡାଞୁ ଗ୍ରାମର ଧର୍ମ ମଣ୍ଡପ ପ୍ରତିଷ୍ଠା ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ସୂଚନା ପ୍ରକାରେ ଡାଞୁ ଗ୍ରାମରେ ନୂତନ ଭାବେ ନିର୍ମିତ ହୋଇଥିବା ଧର୍ମ ମଣ୍ଡପଟି ୨୭ ତାରିଖ ଦିନ ପ୍ରତିଷ୍ଠା ଉତ୍ସବ କରାଯାଇଥିଲା । ଉକ୍ତ କାର୍ଯ୍ୟକ୍ରମଟି ସକାଳେ କଳସ ସ୍ଥାପନ କରାଯାଇ ଯଥା ରୀତିନୀତି ଅନୁସାରେ ପୁରୋହିତ ଶ୍ରୀ ହାଡ଼ିବନ୍ଧୁ ମିଶ୍ର ହୋମ, ଯଜ୍ଞ ସମ୍ପନ୍ନ କରିଥିଲେ । ତଦ୍ ସହିତ ନାମ ସଙ୍କୀର୍ତ୍ତନ ମଙ୍ଗଳବାର ପୂର୍ବାହ୍ନ ୧୦ ଘଣ୍ଟିକା ଠାରୁ ଅପରାହ୍ନ ୪ ଘଣ୍ଟିକା ପର୍ଯ୍ୟନ୍ତ କରାଯାଇ