ସୋନପୁର: ଵଲେରୋ-କାର ଏବଂ ବାଇକ ଧକ୍କା ଜଣେ ଗୁରୁତର l ସୁବର୍ଣ୍ଣପୁର ଜିଲ୍ଲା ଡୁଙ୍ଗୁରାପାଲିର ବୈଦୁପାଲି ଛକରେ ଘଟିଛି ଏହି ଦୁର୍ଘଟଣା
ଵଲେରୋ-କାର ଏବଂ ବାଇକ ଧକ୍କା ଜଣେ ଗୁରୁତର l ସୁବର୍ଣ୍ଣପୁର ଜିଲ୍ଲା ଡୁଙ୍ଗୁରାପାଲିର ବୈଦୁପାଲି ଛକରେ ଘଟିଛି ଏହି ଦୁର୍ଘଟଣା l ବଲାଙ୍ଗୀର ପଟରୁ ଜାତୀୟ ରାଜପଥ 26 ର ଯାଉଥିବା ଏକ ଆର୍ଟିଗା କାରକୁ ପଛପଟୁ ଏକ ବୋଲେରୋ ଧକ୍କା ଦେଇଥିଲା l ଫଳରେ କାରଟି ଭାଙ୍ଗିରୁଜି ଯିବା ସହ ସାମ୍ନାରୁ ଆସୁଥିବା ଏକ ବାଇକକୁ ଧକ୍କା ଦେଇ ରାସ୍ତା ତଳ ଜମିକୁ ଓଲଟି ପଡ଼ିଥିଲା l ଦୁର୍ଘଟଣାରେ ବାଇକ ଆରୋହୀଙ୍କ ଗୋଡ଼ ଭାଙ୍ଗିଯିବା ସହ ଗୁରୁତର ହୋଇଛନ୍ତି l ଗୁରତର ବାଇକ ଆରୋହୀଙ୍କୁ ବୁର୍ଲା ପଠାଯାଇଛି l ଗୁରୁତର ବାଇକ ଆରୋହୀ ଜଣକ ସ୍ଥାନୀୟ ସୁନାପାଲି ଗାଁର ବିନୋଦ ପଧାନ ବୋଲି ଜଣାପଡିଛି l