କବିସୂର୍ଯ୍ୟନଗର: ଅନ୍ତୋଦୟ ଗୃହ ଯୋଜନା ର କାର୍ଯ୍ୟାଦେଶ ଓ ରାସନ କାର୍ଡ ବଣ୍ଟନ କଲେ ବିଧାୟକ
ରାଜ୍ୟ ସରକାରଙ୍କ ପକ୍ଷରୁ ଅନ୍ତୋଦୟ ଗୃହ ଯୋଜନାର କାର୍ଯ୍ୟାଦେଶ ଓ ନୂତନ ରାସନ କାର୍ଡ ହିତାଧିକାରୀଙ୍କୁ କାର୍ଡ ମଙ୍ଗଳ ବାର ଦିନ ବଣ୍ଟନ କରିଛନ୍ତି କବିସୂର୍ଯ୍ୟନଗର ବିଧାୟକ ପ୍ରତାପ ଚନ୍ଦ୍ର ନାୟକ । ବେଗୁନିଆପଡା ସଭା ଗୃହ ରେ ବିଧାୟକ ପହଂଚି ସମସ୍ତ ହିତାଧିକାରୀଙ୍କ ସମୟ ସୀମା ଭିତରେ ଗୃହ ନିର୍ମାଣ କାର୍ଯ୍ୟ ସାରି ସରକାରଙ୍କ ପ୍ରତ୍ସାହନ ରାଶି ପାଇବା ପାଇଁ କହିଥିଲେ। କୌଣସି ଯୋଗ୍ୟ ହିତାଧିକାରୀ ରାସନ କାର୍ଡ ଓ ଆବାସ ଗୃହ ପାଇବାରୁ ବଞ୍ଚିତ ହେବେ ନାହିଁ । ପର୍ଯ୍ୟାୟ କ୍ରମେ ସମସ୍ତଙ୍କୁ ପ୍ରଦାନ କରାଯିବ ବୋଲି କହିଥିଲେ ବିଧାୟକ।