ବାମରା ମିନି ଷ୍ଟାଡିୟମରେ ଶୁକ୍ରବାର ଦିନ ବ୍ଲକ ସ୍ତରୀୟ ମତ୍ସ୍ୟ ଓ ପ୍ରାଣୀସମ୍ପଦ ମେଳା ୨୦୨୫ ଅନୁଷ୍ଠିତ ହୋଇ ଯାଇଛି। ଏଥିରେ ମୁଖ୍ୟ ଅତିଥି ଭାବେ ପଞ୍ଚାୟତିରାଜ ମନ୍ତ୍ରୀ ରବିନାରାୟଣ ନାୟକ ଯୋଗ ଦେଇ କାର୍ଯ୍ୟକ୍ରମ କୁ ଉଦଘାଟନ କରିବା ସହ ଚାଷୀ ଙ୍କୁ ସ୍ୱାବଲମ୍ବୀ ହେବା ପାଇଁ ପରାମର୍ଶ ଦେଇଥିଲେ। ମୁଖ୍ୟ ବକ୍ତା ଭାବେ ସମ୍ବଲପୁର ଜିଲ୍ଲା ପ୍ରାଣୀ ସମ୍ପଦ ଅଧିକାରୀ ଡାକ୍ତର ଶିବ ପ୍ରସାଦ ଦାସ ବିଭିନ୍ନ ସରକାରୀ ଯୋଜନା ବିଷୟରେ ଚାଷୀ ମାନଙ୍କୁ ଅବଗତ କରିଥିଲେ।