ଗୋବିନ୍ଦପୁର ଜଗନ୍ନାଥ ମନ୍ଦିର ପାଙ୍ଗଣରେ ମକର ଯାତ୍ରା ପରିଚାଳନା କମିଟି ପକ୍ଷରୁ ସୋମବାର ସନ୍ଧ୍ୟାରେ ଏକ ବୈଠକ ଆୟୋଜିତ ହୋଇଥିବା ବେଳେ ଏହି ଅବସର ରେ ବାମରା ପ୍ରସିଦ୍ଧ ମକର ମହୋତ୍ସବ ୨୦୨୬ ପାଇଁ ନୂତନ କମିଟି ଗଠିତ ହୋଇଯାଇଛି। ଏହି ବୈଠକରେ ସର୍ବସମ୍ମତି କ୍ରମେ ସଭାପତି ଭାବେ ପ୍ରଫୁଲ୍ଲ କୁମାର ନାୟକ, ଉପସଭାପତି ଭାବେ ଇନ୍ଦ୍ରଦେବ ଚୌଧୁରୀ ଏବଂ ମହେନ୍ଦ୍ର ଚୌଧୁରୀ, ସାଧାରଣ ସମ୍ପାଦକ ଭାବେ ଜ୍ୟୋତି କୁମାର ଲାଠ, ସମ୍ପାଦକ ଭାବେ ସଞ୍ଜୟ ଜୈନ,କୁମାର ଚନ୍ଦ୍ର ପଟେଲ, ଅଲେଖ ବିଶ୍ଵାଳ, ବୁଟୁ ମହାରଣା,ସଞ୍ଜୟ ମେହେର,ବିଚିତ୍ର ବିଶ୍ଵାଳ ଓ ମଙ୍ଗଲି ନାୟକ ଙ୍କୁ ମନୋନୀତ କରାଯାଇଥିଲା।