ରାଜଧାନୀ ଭୁବନେଶ୍ୱର ସ୍ଥିତ ଲୋକସେବା ଭବନରେ ରାଜ୍ୟର ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀଙ୍କୁ ସାକ୍ଷାତ କରିଥିଲେ ବଲାଙ୍ଗୀର ଲୋକମହୋତ୍ସବ କମିଟିର ସଦସ୍ୟମାନେ। ଆସନ୍ତା ଜାନୁଆରୀ ୧୯ ତାରିଖରୁ ୨୩ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହେବାକୁ ଥିବା ବଲାଙ୍ଗୀର ଲୋକମହୋତ୍ସବରେ ଯୋଗଦେବା ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ବଲାଙ୍ଗୀର ଲୋକଉତ୍ସବ ସମିତି ପକ୍ଷରୁ ଔପଚାରିକ ନିମନ୍ତ୍ରଣ ପ୍ରଦାନ କରାଯାଇଥିଲା। ଏନେଇ ଆଜି ରାତି ୭ଟା ସମୟରେ କମିଟି ପକ୍ଷରୁ ସୂଚନା ଦିଆଯାଇଛି।