ବାରିପଦା ପ୍ରସିଦ୍ଧ ଭଞ୍ଜପୁର ସ୍ଥିତ ଜଗଦ୍ଧାତ୍ରୀ ପଡ଼ିଆରେ ଆସନ୍ତା ନଭେମ୍ବର ୩ ରୁ ଆରମ୍ଭ ହେବାକୁ ଯାଉଛି ୭୩ତମ ଜିଲ୍ଲା ପ୍ରସିଦ୍ଧ ଜଗଦ୍ଧାତ୍ରୀ ମେଳା। ନଭେମ୍ବର ୧୪ ତାରିଖ ପର୍ଯ୍ୟନ୍ତ ଚାଲିବ ଏହି ଆକର୍ଷଣୀୟ ସାଂସ୍କୃତିକ କାର୍ଯ୍ୟକ୍ରମ। ବୁଧବାର ଦିନ ପ୍ରାୟ ୧ ଟାରେ ଆହୁତ ପ୍ରେସମିଟ ଜରିଆରେ କହିଛନ୍ତି ଜଗଦ୍ଧାତ୍ରୀ ମେଳା କମିଟିର ସଭାପତି ତଥା ବାରିପଦା ନଗରପାଳ କୃଷ୍ଣାନନ୍ଦ ମହାନ୍ତି।