ବାରିପଦା ସହରର ପ୍ରଫୁଲ୍ଲନଗର ସ୍ଥିତ ଲେଟ କଟ କ୍ଲବ ଆନୁକୂଲ୍ୟରେ ଆୟୋଜିତ ସର୍ବଭାରତୀୟ ଟି - ଟ୍ୱେଣ୍ଟି କ୍ରିକେଟ ଟୁର୍ଣ୍ଣାମେଣ୍ଟର ୨ୟ ଦିନ ଗୁରୁବାର ଦିନ ୧ମ ମ୍ୟାଚରେ ଟି ସି ସି, ଭୁବନେଶ୍ୱର ୫ ଉଇକେଟରେ ବାରିପଦାର ଡି ଆର କେ ଟିମକୁ ପରାସ୍ତ କରିଥିଲା। ସେହିପରି ୨ୟ ମ୍ୟାଚରେ ରାଉରକେଲା ୪ ଉଇକେଟରେ ଆନ୍ଧ୍ରପ୍ରଦେଶ କୁ ପରାସ୍ତ କରିଥିଲା। ତେବେ ଏହି ଟୁର୍ଣ୍ଣାମେଣ୍ଟ ଗୁଡିକ ସକାଳ ୧୦ ଟା ରୁ ଅପରାହ୍ନ ୪ ଟା ଯାଏଁ ଅନୁଷ୍ଠିତ ହୋଇଥିଲା।