ସୁକିନ୍ଦା: ବାମ୍ବିଲୋ ମହାନ୍ତ ସାହିରେ ଗୃହ ପାଳିତ କୁକୁଡ଼ାକୁ ମାରି ଘର ମଧ୍ୟରେ ଫସି ରହିଲା ବିଷଧର ନାଗ ସାପ
ବାମ୍ବିଲୋ ମହାନ୍ତ ସାହିର ବାସିନ୍ଦା ଶମ୍ଭୁ ମହାକୁଡଙ୍କ ଘର ମଧ୍ୟରେ ଏକ ବିଷଧର ନାଗ ସାପ ପଶି ଏକ ଗୃହ ପାଳିତ କୁକୁଡ଼ାକୁ ମାରି ଫସି ରହିଥିବା ପରିବାର ଲୋକେ ଦେଖି ଭୟବିତ ହୋଇ ତୁରନ୍ତ ପ୍ରଶିକ୍ଷିତ ସାପ ଧରାଳି ମିହିର ଚନ୍ଦ୍ର ପାତ୍ରଙ୍କ ସହିତ ଯୋଗାଯୋଗ କରିଥିଲେ । ମିହିର ସୂଚନା ପାଇ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ବିଷଧର ନାଗସାପ ଟିକୁ ସୁରକ୍ଷିତ ଭାବେ ଉଦ୍ଧାର କରି ପାଖ ଜଙ୍ଗଲରେ ଛାଡ଼ି ଦେଇଥିବା ଶନିବାର ରାତି 10 ଘଟିକା ସମୟରେ ଦେଖିବାକୁ ମିଳିଛି ।