ଭୁବନେଶ୍ୱରରେ କନ୍ଧମାଳ ସଂସଦୀୟ ନିର୍ବାଚନ ମଣ୍ଡଳୀ ବିକାଶ ଫୋରମ୍ ସହ ଏକ ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତୁତି ବୈଠକରେ ଯୋଗଦେଇ 'ଇନଭେଷ୍ଟ କନ୍ଧମାଳ' କାର୍ଯ୍ୟକ୍ରମ ସମ୍ବନ୍ଧୀୟ ଯୋଜନା ଉପରେ ବିସ୍ତୃତ ଆଲୋଚନା କଲେ ସାଂସଦ ସୁକାନ୍ତ କୁମାର ପାଣିଗ୍ରାହୀ।କନ୍ଧମାଳର ଅପାର ସମ୍ଭାବନାକୁ ବାସ୍ତବରେ ପରିଣତ କରିବା ପାଇଁ ଶିଳ୍ପ, କୃଷି, ପର୍ଯ୍ୟଟନ ଏବଂ କୁଟୀର ଶିଳ୍ପ କ୍ଷେତ୍ରରେ ନୂଆ ବିନିଯୋଗ ଆଣିବା ଦିଗରେ ଆମର ରଣନୀତି ନିର୍ଦ୍ଧାରଣ କରାଯାଇଛି। ସ୍ଥାନୀୟ ଉଦ୍ୟୋଗପତି, ଯୁବ ଉଦ୍ୟମୀ ଏବଂ କୃଷକମାନଙ୍କ ସହ ମିଳିତ ପ୍ରୟାସରେ କନ୍ଧମାଳକୁ ଏକ ଆର୍ଥିକ କେନ୍ଦ୍ର ଭାବେ ଗଢ଼ିବା ଆମର ଲକ୍ଷ୍ୟ ବୋଲି କହିଥି