ଦେବଗଡ: କୁଣ୍ଡାପିଠା ଗ୍ରାମରେ ତ୍ରିଦିବସୀୟ ଜିଲ୍ଲାସ୍ତରୀୟ ଫୁଟବଲ ପ୍ରତିଯୋଗିତା ଉଦଯାପିତ, ରେଙ୍ଗାଳବାହାଳ ବିଏନ ଫୁଟବଲ କ୍ଲବ ଚମ୍ପିୟାନ
ବାରକୋଟ ବ୍ଲକ ବସାଲଇ ଗ୍ରାମପଂଚାୟତ ଅନ୍ତର୍ଗତ କୁଣ୍ଡାପିଠା ଗ୍ରାମରେ ଫିର୍ ମିଲେଙ୍ଗେ ଫୁଟବଲ କ୍ଲବ ଆନୁକୂଲ୍ୟରେ ଗତ ଶୁକ୍ରବାର ଠାରୁ ଚାଲିଥିବା ତ୍ରିଦିବସୀୟ ଜିଲ୍ଲାସ୍ତରୀୟ ଫୁଟବଲ ପ୍ରତିଯୋଗିତା ଆଜି ସନ୍ଧ୍ୟା ପ୍ରାୟ ୬ ରେ ଉଦଯାପିତ ହୋଇଯାଇଛି । ଆଜିର ଫାଇନାଲ ମ୍ୟାଚରେ ସାହୁ ବ୍ରଦର୍ସ ଫୁଟବଲ କ୍ଲବକୁ ୧-୦ ଗୋଲରେ ପରାସ୍ତ କରି ରେଙ୍ଗାଳବାହାଳର ବିଏନ ଫୁଟବଲ କ୍ଲବ ଚମ୍ପିୟାନ ହୋଇଛି । ଫାଇନାଲ ମ୍ୟାଚକୁ ରେଫରୀ ଭାବେ ସୁଜିତ, ତନ୍ମୟ, ହୁତାସନ ଓ ସାଗର ପରିଚାଳନା କରିଥିବା ବେଳେ ଭାଷ୍ୟକାର ଭାବେ ମୁନା ଓ ସ୍ୱାଧିନ ଧାରା ବିବରଣି ପ୍ରଦାନ କରିଥିଲେ ।