ଖଲ୍ଲିକୋଟ୍: ପୀତବାସ ପଣ୍ଡା ହତ୍ୟାକାରୀଙ୍କୁ ଗିରଫ ଦାବିରେ ଆନ୍ଦୋଳନକୁ ଓହ୍ଲାଇଲା ପୁରୁଷୋତ୍ତମପୁର ଓକିଲ ସଂଘ
ବ୍ରହ୍ମପୁର ର ବରିଷ୍ଠ ଓକିଲ ତଥା ଓଡ଼ିଶା ରାଜ୍ୟ ଆଇନଜୀବୀ ପରିଷଦର ସଦସ୍ୟ ପୀତବାସ ପଣ୍ଡାଙ୍କୁ ଅତି ନିର୍ମମ ଭାବେ ଗୁଳିକରି ହତ୍ୟା ଘଟଣାକୁ ଆଜି ପୁରୁଷୋତ୍ତମପୁର ଓକିଲ ସଂଘ ତୀବ୍ର ନିନ୍ଦା କରିଛି। ପୀତବାସ ପଣ୍ଡା ଅମର ରହେ ଧ୍ବନିରେ ପରୁଷୋତ୍ତମପୁର ସହର ପ୍ରକମ୍ପିତ ହୋଇଉଠିଛି। ସଭାପତି କୃଷ୍ଣଚନ୍ଦ୍ର ଗୌଡ଼ଙ୍କ ପୌରୋହିତ୍ୟ ରେ ଆଜି ଅପରାହ୍ନ ୨ ଟା ସମୟରେ ଏକ ଶୋକସଭା ଅନୁଷ୍ଠିତ ହୋଇ ସ୍ବର୍ଗତ ପଣ୍ଡାଙ୍କ ଅମର ଆତ୍ମାର ସଦଗତି କାମନା କରାଯାଇଥିଲା।