ବାଲିପାଟଣା: ବାଲିପାଟଣାରେ ରୋଟାରୀ କ୍ଲବ ତରଫରୁ ରକ୍ତଦାନ ଶିବିର ଅନୁଷ୍ଠିତ
ବାଲିପାଟଣା ବ୍ଲକ ମକୁନ୍ଦଦାସପୁର ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ଶେଉଲକୁଣ୍ଡ ଗ୍ରାମରେ ରୋଟାରୀ କ୍ଲବ ତରଫରୁ ଗୁରୁବାର ଅପରାହ୍ନ ୩ ଟା ସମୟରେ ଏକ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି।ଗ୍ରାମ ର ମା ଭଗବତୀ ସ୍ବେଛାସେବୀ ଅନୁଷ୍ଠାନ ସହଯୋଗରେ ବାପୁଜୀ ପ୍ରାଥମିକ ବିଦ୍ୟାଳୟ ପରିସରରେ ଏହି କାର୍ଯ୍ୟକ୍ରମରେ ପ୍ରାୟ ୫୦ ୟୁନିଟ ରକ୍ତ ସଂଗ୍ରହ କରାଯାଇଥିଲା।