ବିନିକା ଥାନା ସିଂଘିଯୁବା ହରିଜନ ପଡାରୁ ଟ୍ରାକଟର ର ହିଚ ଚୋରୀ ହୋଇଥିବା ନେଇ ବିନିକା ଥାନାରେ ଅଭିଯୋଗ ହୋଇଛି l ଏହି ଘଟଣାରେ ସମ୍ପୃକ୍ତି ସନ୍ଦେହରେ ଦୁଇଜଣକୁ ଅଟକ ରଖି ପଚରା ଉଚୁରା କରିଥିବା ଆଜି ରାତି ପ୍ରାୟ 8ଟାରେ ପୁଲିସ ପକ୍ଷରୁ ସୂଚନା ମିଳିଛି l ସୂଚନା ଅନୁସାରେ ଗତ ୯ ତାରିଖ ରାତ୍ରୀରେ ସଂଘିଯୁବା ହରିଜନପଡାରୁ ଏକ ଟ୍ରାକ୍ଟର ର ପଛପଟେ ଲାଗିଥିବା ହିଚ ଚୋରୀ କରି ନେଇ ଯାଇଥିଲେ l ଟ୍ରାକ୍ଟରର ମାଲିକ ଗଣ୍ଡlରାମ ଭୋଇ ବିଭିନ୍ନ ସ୍ଥାନରେ ଖୋଜା ଖୋଜି କଲା ପରେ ମଧ୍ୟ୍ୟ କୌଣଇ ସନ୍ଧାନ ପାଇନଥିଲେ l ଏନେଇ ଟ୍ରାକ୍ଟର ର ମାଲିକ ବିନିକା ଥାନାରେ ଲିଖିତ ଅଭିଯୋଗ କରିଥିଲେ l