ସମାଜବାଦୀ ଅନୁଷ୍ଠାନ ମାନବ ଅଧିକାର ସୁରକ୍ଷା ମଞ୍ଚ ପକ୍ଷରୁ ଆଜି ଭାରତରତ୍ନ ଡ଼.ଭୀମ ରାଓ ଆମ୍ବେଦକରଙ୍କ ୬୯ତମ ମହାପ୍ରୟାଣ ଦିବସ ଯଥା ମର୍ଯ୍ୟାଦାର ସହ ସ୍ଥାନୀୟ ଇଂଜିନିୟରିଙ୍ଗ ସ୍କୁଲ ଛକ ଠାରେ ଥିବା ତାଙ୍କ ପ୍ରତିମୂର୍ତ୍ତି ଠାରେ ପାଳନ ହୋଇଯାଇଛି। ଶନିବାର ପୂର୍ବାହ୍ନରେ ମାନବ ଅଧିକାର ସୁରକ୍ଷା ମଞ୍ଚର ସଭାପତି ଗଗନ ଚନ୍ଦ୍ର ମଲ୍ଲିକ ବାବା ସାହେବଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କଲା ପରେ ଆୟୋଜିତ ସଭାରେ ବକ୍ତବ୍ୟ ପ୍ରଦାନ କରିଥିଲେ।