ଢେଙ୍କାନାଳ ସଦର: ରାମ ନବମୀ ଅବସରରେ ବିଭିନ୍ନ ସଂଗଠନ ତରଫରୁ ସହରରେ କରାଗଲା ଶୋଭାଯାତ୍ରା |
ଆଜି ରାମ ନବମୀ ଏହି ଅବସରରେ ସହରରେ ବିଭିନ୍ନ ସଂଗଠନ ତରଫରୁ କରାଯାଇଛି ଶୋଭାଯାତ୍ରା | ଢେଙ୍କାନାଳ କଲେଜ ବାଇପାସ ଠାରୁ ଏହି ଶୋଭାଯାତ୍ରା ବାହାରି କୋରିଆଁ ବାଇପାସ ପର୍ଯ୍ୟନ୍ତ ଯାଇଥିଲା ଶୋଭାଯାତ୍ରା, ସାରା ସହର ଜୟ ଶ୍ରୀରାମ ନାରାରେ ପ୍ରକମ୍ପିତ ହୋଇଥିଲା | ଅନୁରୂପ ଭାବରେ ବଳରାମ ମନ୍ଦିର ଠାରୁ ଏକ ରାଲି ବାହାରି ସହର ମଧ୍ୟ ଦେଇ ଶାସନ ପର୍ଯ୍ୟନ୍ତ ଯାଇଥିଲା |ଶାନ୍ତି ଶୃଙ୍ଖଳା ପାଇଁ ପୋଲିସ ପକ୍ଷରୁ ବ୍ୟାପକ ବନ୍ଦୋବସ୍ତ କରାଯାଇଥିଲା |