ମଙ୍ଗଳବାର ଦିନ ପ୍ରାୟ ୨ଟାରେ ମୟୂରଭଞ୍ଜ ଜିଲ୍ଳା ରରୁଆଁ ଥାନା ପକ୍ଷରୁ ରରୁଆଁ ସରକାରୀ ଉଚ୍ଚ ବିଦ୍ୟାଳୟ ଠାରେ ଜିଲ୍ଲା ପୋଲିସ ବିଭାଗ ପକ୍ଷରୁ ସାଇବର ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମଟି ରରୁଆଁ ଥାନା ଇନ୍ସପେକ୍ଟର ଆନନ୍ଦି ପଟ୍ଟାୟତ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିବା ବେଳେ ଏଥିରେ ଅନ୍ୟାନ୍ୟ ପୋଲିସ କର୍ମଚାରୀ ଓ ଶିକ୍ଷକ ଶିକ୍ଷୟିତ୍ରୀ ମାନେ ଉପସ୍ଥିତ ଥିଲେ।