ବଲାଙ୍ଗିର ସମ୍ବଲପୁର ବାଇ ପାସ ନିକଟରେ ରାସ୍ତାରୋକ କଲେ ଉତ୍ୟକ୍ତ ଲୋକେ । ଗତକାଲି ସଡ଼କ ଦୁର୍ଘଟଣାରେ ପ୍ରାଣ ହରାଇଥିବା ଯୁବକଙ୍କ ଶବ ରଖି ଉତ୍ୟକ୍ତ ପରିବାରବର୍ଗ ଆନ୍ଦୋଳନ କରି ରାସ୍ତାରୋକ କରିଥିଲେ । ବଲାଙ୍ଗିର ପୁଇଁନ୍ତଲା ଥାନା ଗୁଇନ୍ତଲା ଗିରିଗୋବର୍ଦ୍ଧନ ମନ୍ଦିର ନିକଟରେ ଟ୍ରକ୍ କୁ ପଛପଟୁ ଧକ୍କା ଦେଇ ଜଣେ ବୁଲେଟ ବାଇକ ଆରୋହୀଙ୍କ ମୃତ୍ୟୁ ହୋଇଥିବା ବେଳେ ଆଜି ତାଙ୍କ ଶବ ରଖି ପରିବାର ଲୋକେ ବଲାଙ୍ଗିର ସମ୍ବଲପୁର ରାସ୍ତାରୋକ କରିଥିଲେ । ଯାହା ଫଳରେ ସାଧାରଣ ଲୋକେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେବା ସହ ଯାତାୟାତ ଠପ୍ ହୋଇଯଥିବା ଦେଖିବାକୁ ମିଳିଥିଲା ।