ଢେଙ୍କାନାଳ ସଦର: ସାଧାରଣ ନିର୍ବାଚନ ପାଇଁ ସଦର ଥାନା ତରଫରୁ ବଉଳପୁର ଠାରେ ବିଭିନ୍ନ ଗାଡିକୁ କରାଗଲା ଯାଞ୍ଚ |
ସାଧାରଣ ନିର୍ବାଚନକୁ ଆଖି ଆଗରେ ରଖି ସଦର ଥାନା ପକ୍ଷରୁ ବିଭିନ୍ନ ଗାଡିକୁ ଯାଞ୍ଚ କରାଯାଇଛି | ସଦର ଥାନା ଅନ୍ତର୍ଗତ ବଉଳପୁର ଠାରେ ଦୁଇ ଚକିଆ ଓ଼ ୪ ଚକିଆ ଗାଡିକୁ ଅଟକାଇ ଯାଞ୍ଚ କରାଯାଉଛି | କୌଣସି ବେଆଇନ ଟଙ୍କା କାରବାର କିମ୍ବା କୌଣସି ବେଆଇନ ନିଶା ଦ୍ରବ୍ୟ କାରବାରକୁ ବନ୍ଦ କରିବାକୁ ଏଭଳି ଯାଞ୍ଚ କରାଯାଉଛି ଏବଂ ପ୍ରତ୍ୟେକ ଥାନାରେ ଏଭଳି ଯାଞ୍ଚ କରାଯିବା ବୋଲି ସଦର ଏସଡିପିଓ ବିଭୁତି ଭୂଷଣ ମହାପାତ୍ର ପ୍ରକାଶ କରିଛନ୍ତି |