ଆଜି ଡିସେମ୍ବର 12 ତାରିଖ ଶୁକ୍ରବାର ପୂର୍ବାହ୍ନ 10 ଟା ପାଖାପାଖି ସମୟରେ ଏହି ଘଟଣା ଜଣା ପଡ଼ିବା ପରେ ଘଟଣା ସ୍ଥଳରେ ବଣାଇଁ ଡି ଏଫ୍ ଓ ଓ ରାଉଲକେଲା RCCF ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି। ବଣାଇଁ ଉପଖଣ୍ଡ ଗୁରୁଣ୍ଡିଆ ତମରା ବନାଞ୍ଚଳ କୁସୁମ ଡିହି ଖେସାରା ଜଙ୍ଗଲରେ ଏକ 12 ବର୍ଷିଆ ମାଈ କଲରା ପତରିଆ ବାଘର ମୃତ୍ୟୁ ହୋଇଛି। କେହି ଦୁର୍ବୃତ୍ତ ବା କେତେଜଣ ଦୁର୍ବୃତ୍ତଙ୍କ କାଣ୍ଡ ଯୋଗୁଁ ଏପରି ଅଭାବନୀୟ ଘଟଣା ଘଟିଛି। ବିଷକ୍ରିୟାରେ ବାଘର ମୃତ୍ୟୁ ହୋଇଥିବା କଥା ପିଏମ୍ ରିପୋର୍ଟରୁ ସ୍ପଷ୍ଟ ହୋଇଛି। କିଛି ଦିନ ତଳୁ ଏହି ବାଘ ଲୋକଙ୍କ ଗାଈ ଓ ବଳଦ ଖାଇ ଆତଙ୍କ ସୃଷ୍ଟି କରି ଆସୁଥିଲା। ନିକଟ