ବିରାମହରାଜପୁର ଥାନା ଅନ୍ତର୍ଗତ ଝାରକୁମୁଣ୍ଡା ଖେଳ ପଡିଆଠାରେ ବ୍ଲକ ସ୍ତରୀୟ ମାଁ ଭୈରବୀ କ୍ରିକେଟ ଟୁର୍ନାମେଣ୍ଟ ଆଜି ସଂନ୍ଧ୍ୟା 5ଟା 30ରେ ଉଦଯାପିତ ହୋଇଯାଇଛି l ଫାଇନାଲ ଖେଳ ତିନୋଟି ଫର୍ମାଟ ରେ ଅନୁଷ୍ଠିତ ହୋଇଥିଲା l ଏଥିରେ ଦୁଇଟି ଫର୍ମାଟ ରେ କଳାପଥର କୁ ହରାଇ କେଉଟିପାଲି ଦଳ ଚାମ୍ପିଆନ ହୋଇଥିଲା l ଖେଳକୁ ନାରାୟଣ ମଲ୍ଲିକ ଏବଂ ଅରବିନ୍ଦ ପାଢ଼ୀ ପରିଚାଳନା କରିଥିଲେ l ଆୟୋଜିତ ପୁରସ୍କାର ବିତରଣୀ ଉତ୍ସବକୁ ସମାଜସେବୀ ପ୍ରଭାତ ପଣ୍ଡା ମୁଖ୍ୟ ଅତିଥି ଏବଂ ସମ୍ମାନିତ ଅତିଥି ଭାବରେ ଶୁଭମ ଭୋଇ ଯୋଡେଇ ବିଜେତା ଓ ଉପବିଜେତା ଦଳକୁ ଟ୍ରଫି ସହ ପୁରସ୍କାର ପ୍ରଦାନ କରିଥିଲେ l