କବିସୂର୍ଯ୍ୟନଗର: ସବ୍ ଡିଭିଜନ ମାନ୍ଯତା ଦାବି କରୁଛି କୋଦଳା, ମର୍ଦମେଖ ପଂଚାୟତ ରେ ତୃତୀୟ ବୈଠକ
ଗଞ୍ଜାମ ଜିଲ୍ଲା କୋଦଳା ତହସିଲକୁ ସବ୍ ଡିଭିଜନ ମାନ୍ଯତା ଦାବି ପାଇଁ କୋଦଳା ସ୍ବାଭିମାନ ସୁରକ୍ଷା ଅଭିଯାନ ମଞ୍ଚ ଗଠନ କରାଯାଇଛି। ଅଞ୍ଚଳର ବିଭିନ୍ନ ପଞ୍ଚାୟତରେ ଏନେଇ ଜନ ସଚେତନତା କରାଯାଉଛି। ଏହି ମଞ୍ଚର ତୃତୀୟ ବୈଠକ ରବିବାର ବେଗୁନିଆପଡ଼ା ବ୍ଳକ ମର୍ଦ୍ଦମେଖ ପଞ୍ଚାୟତରେ ଅନୁଷ୍ଠିତ ହୋଇଯାଇଛି। ମଞ୍ଚ ପକ୍ଷରୁ ଏନେଇ ସ୍ଥାନୀୟ ଅଞ୍ଚଳବାସୀଙ୍କୁ ସଚେତନତା କରାଯିବା ସହ ଲୋକଙ୍କ ସମର୍ଥନ ଲୋଡା ଯାଇଛି। ସବ୍ ଡିଭିଜନ ହେଲେ ଅଞ୍ଚଳର ଭିତ୍ତିଭୂମି ସୁଦୃଢ ହେବା ସହିତ ବିଭିନ୍ନ କ୍ଷେତ୍ରରେ ବିକାଶ ହୋଇ ପାରିବ। ଦଳମତ ନିର୍ବିଶେଷରେ ସମସ୍ତେ ମା ମାଟିର ସ୍ବାଭିମାନ ପାଇଁ ଏହାକୁ ସମର୍ଥନ କରନ୍ତୁ।