ପିପିଲି: ଜଇଶି ପାଟଣା ଛକରୁ କଲର ଦୋକାନରୁ ଚୋରୀ ମାମଲା, ଚୋରୀ ସାମଗ୍ରୀ ଓ ଟାଟା ଏସି ଗାଡ଼ି ଜବତ, ଜଣେ ଅଭିଯୁକ୍ତ ଗିରଫ ପରେ କୋର୍ଟ ଚାଲାଣ
Pipili, Puri | Sep 20, 2025 ଗତ 13ତାରିଖ ବିଳମ୍ୱିତ ରାତିରେ ଦୁର୍ବୃତ୍ତ ମାନେ ଜଇଶି ପାଟଣା ଛକରେ ଥିବା ଦୀପକ କୁମାର ଦେବଦାସଙ୍କ କଲର ଦୋକାନ ତାଲା ଭାଙ୍ଗି ଲକ୍ଷାଧିକ ଟଙ୍କା ମୂଲ୍ୟର କଲର ଓ ଅନ୍ୟାନ୍ୟ ସାମଗ୍ରୀ ଚୋରୀ କରିବା ମାମଲାରେ ପୋଲିସ ଜଣେ ଅଭିଯୁକ୍ତକୁ ଗିରଫ କରି ଆଜି ଅପରାହ୍ନ ତିନିଟାରେ କୋର୍ଟ ଚାଲାଣ କରିଛି। ଅଭିଯୁକ୍ତ ଜଣକ ଡେଲାଙ୍ଗ ଥାନା ଘୋରଡିଆ ଗ୍ରାମର ପ୍ରକାସ ସିଂ ବୋଲି ପୋଲିସ ସୂଚନା ଦେଇଥିବା ବେଳେ ତା ନିକଟରୁ ଚୋରୀ ସାମଗ୍ରୀ ସହ ଗୋଟିଏ ଟାଟା ଏସି ଗାଡ଼ିକୁ ଜବତ କରିଛି ପୋଲିସ ଟିମ।