କଣ୍ଟାବାଞ୍ଜି: ଭାଲୁମୁଣ୍ଡା ଗ୍ରାମରେ ଥିବା ପ୍ରେମ ମେହେରଙ୍କ ପରିବା ଦୋକାନରେ ନିଆଁ ଲଗାଇ ଦେଲେ ଦୁର୍ବୃତ୍ତ, ବଙ୍ଗୋମୁଣ୍ଡା ଥାନାରେ ଅଭିଯୋଗ
ବଙ୍ଗୋମୁଣ୍ଡା ଥାନା ଭାଲୁମୁଣ୍ଡା ଗାଁର ପ୍ରେମ ମେହେରଙ୍କ ପନିପରିବା ଦୋକାନରେ ବିଳମ୍ବିତ ରାତ୍ରିରେ କେହି ଦୁର୍ବୃତ୍ତ ନିଆଁ ଲଗାଇ ଦେଇଥିବାରୁ ଦୋକାନରେ ଥିବା ୫୦ ହଜାର ଟଙ୍କାରୁ ଅଧିକ ସାମଗ୍ରୀ ନଷ୍ଟ ହୋଇଯାଇଥିବା ଅଭିଯୋଗ ହୋଇଛି। ଏ ନେଇ ଆଜି ଦୋକାନ ମାଲିକ ବଙ୍ଗୋମୁଣ୍ଡା ଥାନାରେ ଏତଲା ଦେବା ପରେ ପୋଲିସ ଅଧିକ ତଦନ୍ତ ଆରମ୍ଭ କରିଛି। ଅଭିଯୁକ୍ତ ସମ୍ବାରୁ ମେହେର ନିଆଁ ଲଗାଇ ଦେଇ ଫେରାର ହୋଇଯାଇଛିଥିବା ଏତଲାରେ ଦର୍ଶାଇ ଯାଇଛି।