ଆଜି ବଲାଙ୍ଗିରର ପୌରାଧ୍ୟକ୍ଷା ଲିକା ସାହୁ ନିଜେ ବାହାରିଲେ ଶହରବାସୀଙ୍କ ସମସ୍ୟା ଶୁଣିବାକୁ। ୱାର୍ଡ ନମ୍ବର–୨୧ କୁ ପହଞ୍ଚି ସେ ସିଧାସଳଖ ଲୋକମାନଙ୍କ ସହ କଥା ହେଲେ, ସ୍ଥାନୀୟ ଅଭିଯୋଗ ଓ ଦୈନିକ ଅସୁବିଧା ବିଷୟରେ ଜାଣିଲେ। ପାଣି, ରାସ୍ତା ଓ ଜ୍ଵଳନ୍ତ ନାଗରିକ ସମସ୍ୟାଗୁଡ଼ିକ ପାଇଁ ଆଲୋଚନା ହୋଇ ତୁରନ୍ତ ପଦକ୍ଷେପ ନିଆଯିବ ବୋଲି ଆସ୍ୱାସନ ଦେଲେ। ପୌରାଧ୍ୟକ୍ଷାଙ୍କ ଏହି ପଦକ୍ଷେପ ଲୋକଙ୍କ ମଧ୍ୟରେ ଆଶା ଓ ଆତ୍ମବିଶ୍ୱାସ ଜଗାଇଛି।