ଆଜି ଜାନୁଆରୀ 17 ତାରିଖ ଶନିବାର ଅପରାହ୍ନ 4: 30 ରେ ଏହି ଦଙ୍ଗା କାରୀ ଅଭିଯୁକ୍ତ ମାନେ କୋର୍ଟ ଚାଲାଣ ହୋଇଛନ୍ତି। ଗତ ଗୁରୁବାର ଦିନ ରିଜେଣ୍ଟ ମାର୍କେଟ ଗୋମାଂସ ମାମଲାକୁ କେନ୍ଦ୍ର କରି ଏମାନେ ଗୋଷ୍ଠି ସଂଘର୍ଷ କରିଥିଲେ। ସାରା ସୁନ୍ଦରଗଡ଼ ଏକ ଅଶାନ୍ତ ପରିବେଶରେ ଥିଲା। ଦଙ୍ଗା ଯେପରି ଅଧିକ ନ ବ୍ୟାପେ ସେ ନେଇ ଜିଲ୍ଲାପାଳଙ୍କ ଅନୁରୋଧ କ୍ରମେ ସହରରେ ବାସ କରୁଥିବା ସମସ୍ତଙ୍କ ପାଇଁ ନେଟ ବନ୍ଦ କରିଥଲେ ସରକାର। ବ୍ୟାପକ ପୋଲିସ ମୁତୟନ ସାଙ୍ଗକୁ ପୋଲିସ ମାର୍ଚ୍ଚ କରାଯାଇ ସତର୍କ ଘଣ୍ଟି ବଜାଇ ଥିଲେ ଜିଲ୍ଲା ପ୍ରଶାସନ। 163 ଧାରା ଜାରି ହୋଇଥିଲା। ଡି ଆଇ ଜି, ଜିଲ୍ଲାପାଳ, ଏସ ପି