ଜଗନ୍ନାଥ ମନ୍ଦିର ସମ୍ମୁଖରେ କଳାକାର ପରିବାର ତରଫରୁ ଯୁବ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କୁ ଅଶ୍ରୁଳ ଶ୍ରଦ୍ଧାଞ୍ଜଳି ଗତକାଲି ସଡକ ଦୁର୍ଘଟଣାରେ ମୃତ୍ୟୁବରଣ କରିଥିବା ଓଟିଭି ରିପୋର୍ଟର ରମାକାନ୍ତ ମହାନନ୍ଦଙ୍କ ଆତ୍ମାର ସଦଗତି ନିମନ୍ତେ କଳାକାର ପରିଵାର, ରେଢ଼ାଖୋଲ ତରଫରୁ ମଙ୍ଗଳବାର ସଂଧ୍ୟାରେ ସ୍ଥାନୀୟ ଜଗନ୍ନାଥ ମନ୍ଦିର ସମ୍ମୁଖରେ କ୍ୟାଣ୍ଡେଲ ଜଳାଇ ଏକ ଶୋକସଭାର ଆୟୋଜନ କରାଯାଇଥିଲା । ଉକ୍ତ ସଭାରେ ଅନୁଷ୍ଠାନର ସମ୍ପାଦକ ଅନିଲ କୁମାର ମେହେର ଯୁବ ରିପୋର୍ଟରଙ୍କ ସହ ବିଗତ ଦିନର ସ୍ମୃତି ଚାରଣ କରିବା ସହିତ ରେଢ଼ାଖୋଲ ଅଂଚଳରେ ତାଙ୍କର ମହତ୍ୱକୁ ପ୍ରକାଶ କରିଥିଲେ ।