ପୁରୀ ମ୍ୟୁନିସିପାଲଟି: ପୁଣି ପୁରୀ ସମୁଦ୍ରରେ ଅଘଟଣ । ସମୁଦ୍ରରେ ସ୍ନାନ କରୁଥିବା ସମୟରେ ରିପ୍ କରେଣ୍ଟରେ ପଡି ବୁଡ଼ି ଯାଇଥିଲେ ପର୍ଯ୍ୟଟକ ।
Puri M, Puri | Sep 16, 2025 ପୁଣି ପୁରୀ ସମୁଦ୍ରରେ ଅଘଟଣ । ସମୁଦ୍ରରେ ସ୍ନାନ କରୁଥିବା ସମୟରେ ରିପ୍ କରେଣ୍ଟରେ ପଡି ବୁଡ଼ି ଯାଇଥିଲେ ପର୍ଯ୍ୟଟକ । ଉଦ୍ଧାର କଲେ ଲାଇଫ୍ ଗାର୍ଡ । ପୁରୀ ସମୁଦ୍ର କୂଳର ସେକ୍ଟର ୯ରେ ଏଭଳି ଘଟଣା ଘଟିଥିଲା । ଉଦ୍ଧାର ପର୍ଯ୍ୟଟକ ଜଣକ ହେଉଛନ୍ତି କେନ୍ଦୁଝର ଅଞ୍ଚଳର ବିକାଶ ନାୟକ ।ସୂଚନାଯୋଗ୍ୟ ଯେ, ମଙ୍ଗଳବାର ସକାଳେ ବିକାଶ ସମୁଦ୍ର କୂଳ ସେକ୍ଟର ୯ରେ ସ୍ନାନ କରୁଥିଲେ । ଏକ ବଡ଼ ଲହଡ଼ି ସାଙ୍ଗକୁ ରିପ୍ କରେଣ୍ଟରେ ପଡି ବିକାଶ ଗଭୀର ସମୁଦ୍ରରେ ଭାସି ଯାଇଥିଲେ । ସେଠାରେ ଉପସ୍ଥିତ ଥିବା ଲାଇଫ୍ ଗାର୍ଡ ମାନେ ତୁରନ୍ତ ସମୁଦ୍ର ଭିତରକୁ ଯାଇ ବୁଡ଼ି ଯାଉଥିବା ପର୍ଯ୍ୟଟକଙ୍କୁ ଉଦ୍ଧାର କରିଥିଲ l