ବୁଧବାର ଦିନ ବାମରା ହାଇସ୍କୁଲ ପାଖ ଡ୍ରେନରେ ଗୋଟିଏ ବଳଦ ହଠାତ ଚରିବାକୁ ଯାଇ ପଡ଼ି ଯାଇଥିଲା। ସେହିଭଳି ଗୋବିନ୍ଦପୁର ଦୁର୍ଗା ମଣ୍ଡପ ସମ୍ମୁଖରେ ଖୋଳା ଯାଇଥିବା ବଡ଼ ଗାତ ଭିତରେ ଏକ ଷଣ୍ଢ ପଡ଼ି ଯାଇଥିଲା। ଏ ନେଇ ଖବର ପାଇ ଗୋବିନ୍ଦପୁର ଅଗ୍ନିଶମ ବାହିନୀ ପହଞ୍ଚି ପ୍ରାୟ ଏକ ଘଣ୍ଟା ର ଅକ୍ଲାନ୍ତ ପରିଶ୍ରମ ପରେ ଉଭୟ ପ୍ରାଣୀକୁ ଉଦ୍ଧାର କରିବାରେ ସକ୍ଷମ ହୋଇଥିଲେ। ଏଥିରେ ଦୁର୍ଗା ପୂଜା କମିଟି ସଭାପତି କ୍ୟାପଟେନ ମହେନ୍ଦ୍ର ପୃସେଠ, ପ୍ରଶାନ୍ତ ସାହୁ,ଦାନୁ ମୁଣ୍ଡା ,ଅମନ କଂସଲ, ବୁଟୁ ମହାରଣା, ଓ କଲୁ ଶୁକ୍ଳା ସହଯୋଗ କରିଥିଲେ।