ପଦ୍ମପୁର: ନୂଆପଡା ଉପ ନିର୍ବାଚନ ରେ ଷ୍ଟାର ପ୍ରଚାରକ ଭାବେ ଦାୟିତ୍ୱ ପାଇଲେ ପଦ୍ମପୁର ବିଧାୟିକା ବର୍ଷା ସିଂ ବରିହା
ଆଉ ଦିନ କେଇଟା ପରେ ହେବ ନୂଆପଡା ଉପ ନିର୍ବାଚନ। ଏନେଇ ବିଜୁ ଜନତା ଦଳ ତରଫରୁ ଷ୍ଟାର ପ୍ରଚାରକ ତାଲିକା ଘୋଷଣା କରାଯାଇଛି। ଷ୍ଟାର ପ୍ରଚାରକ ତାଲିକାରେ ରହିଛନ୍ତି ପଦ୍ମପୁର ବିଧାୟିକା ଶ୍ରୀମତୀ ବର୍ଷା ସିଂ ବରିହା। ଶ୍ରୀମତୀ ନୂଆପଡା ଉପ ନିର୍ବାଚନ ରେ ଯାଇ ପ୍ରଚାର କରିବେ। ତାଙ୍କୁ ଷ୍ଟାର ପ୍ରଚାରକ ଦାୟିତ୍ୱ ମିଳିଥିବା ରୁ ଆଜି ଶୁକ୍ରବାର ୮ଟା ୩୦ ମିନିଟ ସମୟ ପାଖା ପାଖି ରେ ମାନ୍ୟବର ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଙ୍କୁ ଧନ୍ୟବାଦ ଜଣାଇଛନ୍ତି।