ଗ୍ରାମାଞ୍ଚଳରେ କୃଷି ଓ କୃଷକର ବିକାଶ ଏବଂ ସେମାନଙ୍କ ଆୟକୁ ଦିଗୁଣିତ କରିବା ଉଦ୍ଦେଶ୍ୟରେ ଖୁଣ୍ଟା ବ୍ଲକ ଅଧିନ ବଡ଼ପଥରା ପଞ୍ଚାୟତ ଠାରେ ବ୍ଳକସ୍ତରୀୟ ମତ୍ସ୍ୟ ଓ ପ୍ରାଣୀସମ୍ପଦ ମେଳା ଶନିବାର ଦିନ ପ୍ରାୟ ୧୨ଟାରେ ଅନୁଷ୍ଠିତ ହୋଇଯାଇଛି। ଏସଡ଼ିଭିଓ କୁନ୍ଦନ କୁମାର ପଣ୍ଡାଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଭାରେ ମୁଖ୍ୟ ଅତିଥି ଭାବେ ବାରିପଦା ବିଧାୟକ ପ୍ରକାଶ ସରେନ ଯୋଗ ଦେଇଥିଲେ।