ବଲାଙ୍ଗୀର — ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ସ୍ଥାନୀୟ ବନଖଣ୍ଡ ଅଧିକାରୀଙ୍କ ସମ୍ମିଳନୀ କକ୍ଷରେ ଜିଲ୍ଲାସ୍ତରୀୟ ଆନ୍ତଃବିଭାଗୀୟ ସମନ୍ୱୟ କମିଟିର ବୈଠକ ଅନୁଷ୍ଠିତ ହୋଇଥିଲା। ଏହି ବୈଠକରେ ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ, ମହିଳା ଏବଂ ଶିଶୁ ବିକାଶ, ସ୍କୁଲ ଏବଂ ଗଣଶିକ୍ଷା, ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି ବିକାଶ ଇତ୍ୟାଦି ବିଭାଗର ଅଧିକାରୀମାନେ ଯୋଗଦେଇଥିଲେ। ଜିଲ୍ଲାପାଳ ଏହି ସମୟରେ ଜିଲ୍ଲାର ବିଭିନ୍ନ ସରକାରୀ ଯୋଜନା ଓ କାର୍ଯ୍ୟକ୍ରମର ଅଗ୍ରଗତି ବିଷୟରେ ସମୀକ୍ଷା କରିଥିଲେ ଏବଂ ସମସ୍ତ ବିଭାଗ ମଧ୍ୟରେ ସଠିକ ସମନ୍ୱୟ ସୁନିଶ୍ଚିତ କରି ଲାଭୁକ ବର୍ଗ ପର୍ଯ୍ୟନ୍ତ ସେବା ପହଞ୍ଚିବାକୁ