ସୋନପୁର: ତରଭା ବ୍ଲକର ଅନେକ ସରପଞ୍ଚ ସମିତି ସଭ୍ୟ ଆଜି ପାଟଣାଗଡ଼ ଠାରେ ବିଜେପିରେ ସାମିଲ ହୋଇଛନ୍ତି।
ତରଭା ବ୍ଲକର ଅନେକ ସରପଞ୍ଚ ସମିତି ସଭ୍ୟ ଆଜି ପାଟଣାଗଡ଼ ଠାରେ ବିଜେପିରେ ସାମିଲ ହୋଇଛନ୍ତି।ସୁବର୍ଣ୍ଣପୁର ଜିଲା ତରଭା ବ୍ଲକରେ ରାଜନୈତିକ ସମୀକରଣ ବଦଳିବାରେ ଲାଗିଛି। ସରକାର ବଦଳିବା ପରେ ବିଜେଡି ଗଡ କୁହାଯାଉଥିବା ଏହି ବ୍ଲକରେ ଏହାର ପ୍ରଭାବ ପଡିଛି। ବ୍ଲକ ବିଜେଡିରେ ଏବେ ସବୁ କିଛି ଠିକ୍ଠାକ୍ ଚାଲି ନ ଥିବା ଆଲୋଚନା ହେଉଥିବା ବେଳେ। ଆଜି ହଠାତ ଏକ ଆଶ୍ଚର୍ଯ୍ୟ ଜନକ ଖବର ଆସିଛନ୍ତି।ତରଭା ବ୍ଳକକୁ ସୋନପୁର ବିଧାୟକ ତଥା ପ୍ରାକ୍ତନ ମନ୍ତ୍ରୀ ନିରଞ୍ଜନ ପୂଜାରୀଙ୍କ ଗଡ ବୋଲି ବିବେଚନା କରାଯାଏ। ଏହି ଅଞ୍ଚଳରୁ ସେ ସର୍ବାଧିକ ଭୋଟ ପାଇ ଲଗାତର ବିଧାୟକ ହୋଇଛନ୍ତି।