ଉଲୁଣ୍ଡା ଥାନା ଅନ୍ତର୍ଗତ ସିଂଢୋଲ ପଂଚାୟତ କାର୍ଯ୍ୟାଳୟ ଠାରେ ଆସନ୍ତା ସୋମବାର ଦିନ ଜିଲ୍ଲାପାଳ ଏବଂ ଏସପିଙ୍କ ମିଳିତ ଅଭିଯୋଗ ଶୁଣାଣୀ ହେବା ନେଇ ଆଜି ସଂନ୍ଧ୍ୟା 6ଟାରେ ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ସୂଚନା ଦେଇଛନ୍ତି l ସୂଚନା ଅନୁସାରେ ଉକ୍ତ ଦିନ ପୂର୍ବାହ୍ନ ପ୍ରାୟ 10ଟା ସମୟରେ ଜିଲ୍ଲାପାଳ ଡ଼ ନୃପରାଜ ସାହୁ ଏବଂ ଏସପି ନାରାୟଣ ନାଏକ ଯୋଗ ଦେଇ ଜନସାଧାରଣଙ୍କ ଆପତ୍ତି ଅଭିଯୋଗ ଶୁଣିବେ l ଏଣୁ ନିର୍ଦ୍ଧାରିତ ସମୟ ମଧ୍ୟରେ ଜନସାଧାରଣ ପହଂଚି ନିଜର ଆପତ୍ତି ଅଭିଯୋଗ କରିପାରିବେ ବୋଲି ସୂଚନା ଦେଇଛନ୍ତି l