ବାମରା ଦେଇ ଯାଉଥିବା ରାଉରକେଲା ଜଗଦଲପୁର ଏକ୍ସପ୍ରେସ ଟ୍ରେନ ଆସନ୍ତା ୨୧ ସେପ୍ଟେମ୍ବର ରୁ ୧୭ ଡିସେମ୍ବର ମଧ୍ୟରେ ବିଭିନ୍ନ ତାରିଖରେ ବାତିଲ ରହିବ। ଏନେଇ ରେଳ ବିଭାଗ ପକ୍ଷରୁ ଗୁରୁବାର ସନ୍ଧ୍ୟା ସାତଟା ସମୟରେ ସୂଚନା ପ୍ରଦାନ କରାଯାଇଛି। ଚକ୍ରଧରପୁର ରେଳ ଡିଭିଜନ ର ବିଭିନ୍ନ ସ୍ଥାନରେ ହେବାକୁ ଥିବା ଉନ୍ନୟନ କାର୍ଯ୍ୟ ପାଇଁ ଏହି ନିଷ୍ପତ୍ତି ନିଆଯାଇଛି। ଏଣୁ ଉକ୍ତ ତାରିଖ ମଧ୍ୟରେ ରାଉରକେଲା ଜଗଦଲପୁର ଏକ୍ସପ୍ରେସ ଟ୍ରେନ ରେ ଯାତ୍ରା କରିବା କୁ ଥିବା ଯାତ୍ରୀ ନିଜ ଯାତ୍ରା ପୂର୍ବରୁ ଟ୍ରେନ ଚଳାଚଳ ସମ୍ପର୍କିତ ସୂଚନା ପାଇ ଯାତ୍ରା କରିବାକୁ ରେଳ ବିଭାଗ ପକ୍ଷରୁ ଅନୁରୋଧ କରାଯାଇଛି।