ପଟ୍ଟାଙ୍ଗୀ: ରାଜପୁଟ ପଞ୍ଚାୟତ କାର୍ଯ୍ୟାଳୟରେ ଅନ୍ତ୍ୟୋଦୟ ଗୃହ ଯୋଜନାରେ ହିତାଧିକାରୀଙ୍କୁ କାର୍ଯ୍ୟାଦେଶ ପ୍ରଦାନ କାର୍ଯ୍ୟକ୍ରମ ଅନୁଷ୍ଠିତ
ଆଜି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ VC ମାଧ୍ୟମରେ 2025-26 ଆର୍ଥିକ ବର୍ଷର ଅନ୍ତୋଦୟ ଯୋଜନାରେ ଚୟନ କରାଯାଇଥିବା ବିଭିନ୍ନ ବ୍ଲକର ହିତାଧିକାରୀଙ୍କୁ କାର୍ଯ୍ୟାଦେଶ ପ୍ରଦାନ କରିଛନ୍ତି । ଏହି ଅବସରରେ ସେମିଳିଗୁଡା ବ୍ଲକର ରାଜପୁଟ ପଞ୍ଚାୟତ ପଞ୍ଚାୟତ କାର୍ଯ୍ୟାଳୟ ଠାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଦିବ୍ୟାଙ୍ଗ ମାନଙ୍କ ପାଇଁ ଆଜି ୬ ଜଣଙ୍କୁ ଘର ୱାର୍କଅଡର ପ୍ରଦାନ କରାଯାଇଥିବା ରାଜପୁଟ ସରପଞ୍ଚ ପିତାମ୍ବର କିସାନୀ ଅପରାହ୍ନ ୪ଟା ସମୟରେ ସୂଚନା ଦେଇଛନ୍ତି।