ମାଲକାନଗିରି: ଜିଲ୍ଲା ସଦର ଏକ୍ସ ବୋର୍ଡ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଅବସରପ୍ରାପ୍ତ ସରକାରୀ କର୍ମଚାରୀ ସଂଘର ଚତୁର୍ଦଶ ତମ ବାର୍ଷିକ ଉତ୍ସବ ପାଳିତ
ଆଜି ମାଲକାନଗିରି ଜିଲ୍ଲା ସଦର ଏକ୍ସ ବୋର୍ଡ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଅବସରପ୍ରାପ୍ତ ସରକାରୀ କର୍ମଚାରୀ ସଂଘର ଚତୁର୍ଦଶ ତମ ବାର୍ଷିକ ଉତ୍ସବ ପାଳିତ ହୋଇଯାଇଛି। ଏହି ଅବସରରେ ଜିଲ୍ଲା ସଭାପତି ବାଲାରାଜୁ ପାଢ଼ୀ, ଉପ ସଭାପତି ରବିନାରାୟଣ ପାଣିଗ୍ରାହୀଙ୍କ ସହିତ ସଦସ୍ୟ ମାନେ ଉପସ୍ଥିତ ଥିଲେ। ସଂଘ ପକ୍ଷରୁ କି କି କାର୍ଯ୍ୟ କରାଯାଇଛି ଆଉ ଆଗକୁ କଣ କଣ କରାଯିବ ସେ ବିଷୟରେ ଆଲୋଚନା କରାଯାଇଥିଲା। ଏବେ ଠାରୁ ଅବସରପ୍ରାପ୍ତ ସରକାରୀ କର୍ମଚାରୀ ସଂଘର କୌଣସି ସଦସ୍ୟର ମୃତ୍ୟୁ ହେଲେ ସଂଘ ପକ୍ଷରୁ ତାଙ୍କ ପରିବାରକୁ ୫ ହଜାର ଟଙ୍କାର ସହଯୋଗ ଓ ମେଡ଼ିକାଲ ଚିକିତ୍ସାରେ ସହଯୋଗ କରାଯିବ।