ପାଟଣାଗଡ: ମାଲିଝର ନିକଟରେ ବାଇକ ବାଇକ ମଧ୍ୟ ରେ ମୁହାଁମୁହିଁ ଧକ୍କା ଜଣେ ମୃତ ୩ଗୁରୁତର
ବେଲପଡା ଥାନା ଅନ୍ତର୍ଗତ ମାଲିଝର ନିକଟରେ ବାଇକ ବାଇକ ମଧ୍ୟ ରେ ମୁହାଁମୁହିଁ ଧକ୍କା ହୋଇ ଜଣଙ୍କ ମୃତ୍ୟୁ ହୋଇ ଥିବା ବେଳେ ୩ଗୁରୁତର ହୋଇ ଫଡ଼ଛନ୍ତି ।ରାୟପୁର ରୁ କପାଣି ବାଗଗୁଡା କୁ ବିବାହ ଉତ୍ସବ ରେ ଯୋଗ ଦେବାକୁ ଆସି ଥିଲା ସମ୍ରାଟ ବାଗ ଙ୍କ ପରିବାର । ରବିବାର ଅପରାହ୍ନ ରେ ସମ୍ରାଟ ଏକ ବାଇକ ରେ ୨ଜଣଙ୍କୁ ବସେଇ ବେଲପଡା ବୁଲିବାକୁ ଯାଉଥିବା ବେଳେ ମାଲିଝର ନିକଟରେ ବିପରୀତ ପଟରୁ ଆସୁଥିବା ବାଇକ ସହ ମୁହାଁମୁହିଁ ଧକ୍କା ହୋଇ ଥିଲା ଏଥିରେ ସମ୍ରାଟ ଙ୍କ ସହ ଅନ୍ୟ ୩ଜଣ ଗୁରୁତର ହୋଇ ପଡିଥିଲେ ।ତାଙ୍କୁ ଉଦ୍ଧାର କରି ପାଟଣାଗଡ଼ ଆଣୁଥିବା ବେଳେ ରାସ୍ତାରେ ସମ୍ରାଟ ଙ୍କ ମୃତ୍ୟୁ ହୋଇଯାଇଛି