ଉଦଳା: ଉଦଳା ସ୍ଥିତ ଉପଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ କପ୍ତିପଦା ଉପଖଣ୍ଡପାଇଁ ଯୁଗ୍ମ ଜନଶୁଣାଣୀ;୧୦୪ ଅଭିଯୋଗର ଶୁଣାଣୀ କଲେ ଜିଲ୍ଲାପାଳ
ମୟୂରଭଞ୍ଜ ଜିଲ୍ଲାର କପ୍ତିପଦା ଉପଖଣ୍ଡ ଉଦଳା ସ୍ଥିତ ଉପଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ସୋମବାର ଦିନ ୧୦ଟା ରୁ ଦିନ ୨ଟା ଯାଏଁ ଆୟୋଜିତ ଯୁଗ୍ମ ଜନଶୁଣାଣୀ ଶିବିରରେ ଜିଲ୍ଲାପାଳ ହେମକାନ୍ତ ସୟ ଏବଂ ଆରକ୍ଷୀ ଅଧିକ୍ଷକ ବରୁଣ ଗୁଣ୍ଟୁପାଲି ୧୦୪ଟି ଅଭିଯୋଗର ଶୁଣାଣୀ କରିଛନ୍ତି।