ଠାକୁର ଅନୁକୂଳଚନ୍ଦ୍ରଙ୍କ ପୂଣ୍ୟ ୧୩୮ ତମ ଜନ୍ମ ମହୋତ୍ସବ ତଥା ଛତ୍ରପୁର ଶ୍ରୀମନ୍ଦିର ପ୍ରତିଷ୍ଠାର ୧୫ ତମ ବାର୍ଷିକ ସ୍ମୃତି ମହୋତ୍ସବ ଛତ୍ରପୁର ସତ୍ସଙ୍ଗ ଙ୍କ ବିହାର ଠାରେ ମହାଆଡମ୍ବରେ ପାଳିତ ହୋଇଯାଇଛି । ରବିବାର ପୂର୍ବାହ୍ନରେ ଏହି ମହୋତ୍ସବରେ ଝାଡଖଣ୍ଡ ଦେବହର ମୁଖ୍ୟ ପୀଠର ସଂପାଦକ ଡ.ବିନାୟକ ମହାପାତ୍ର, ସହ ସଂପାଦକ ଶ୍ରୀଧର ସୁନ୍ଦର ମିଶ୍ର ଓ ଇଂ ବି.ସନ୍ତୋଷ କୁମାର ସୁବୁଦ୍ଧି ଅତିଥି ଭାବେ ଯୋଗଦେଇଥିଲେ।