ବଲାଙ୍ଗିର ନରସିଂହ ମନ୍ଦିର ପ୍ରାଙ୍ଗଣ ରେ ବଲାଙ୍ଗିର ଜିଲ୍ଲା ଚିତ୍ରଗୁପ୍ତ କଲ୍ୟାଣ ସମିତି କର୍ଣ୍ଣ ସମାଜ ତରଫରୁ ଶ୍ରୀ ଶ୍ରୀ ଚିତ୍ରଗୁପ୍ତ ପ୍ରଭୁଙ୍କ ପୂଜା ଅର୍ଚ୍ଚନା ଭବ୍ୟ ଭାବେ ଆୟୋଜିତ ହୋଇଥିଲା। ପୂଜା ଅବସରରେ ପୌରାଧକ୍ଷା ଲିକା ସାହୁ ଯୋଗଦାନ କରି ଭକ୍ତିଭାବରେ ଆଶୀର୍ବାଦ ଭିକ୍ଷା କରିଥିଲେ। ସେ ଏହି ଅବସରରେ ସମସ୍ତ ବଲାଙ୍ଗିରବାସୀ ସହିତ ସମଗ୍ର ବିଶ୍ୱର ଶାନ୍ତି ଓ ମଙ୍ଗଳ ପାଇଁ ପ୍ରାର୍ଥନା କରିଥିଲେ। ଉପସ୍ଥିତ ଭକ୍ତମାନେ ମଧ୍ୟ ଭକ୍ତି ଭାବରେ ଶ୍ରୀ ଶ୍ରୀ ଚିତ୍ରଗୁପ୍ତ ପ୍ରଭୁଙ୍କୁ ପୂଜା କରି ଆଶୀର୍ବାଦ ଗ୍ରହଣ କରିଥିଲେ।