ସମ୍ବଲପୁରରେ ଷ୍ଟକ ଜରିଆରେ ଅଧିକ ଲାଭ ଆଶାରେ ପ୍ରାୟ ୧ କୋଟି ୭୦ ଲକ୍ଷ ଟଙ୍କା ଠକେଇ କରାଯାଇଥିବାର ଅଭିଯୋଗ ଅଇଁଠାପାଲି ଥାନାରେ ହୋଇଛି । ମୁଦିପଡା ନିବାସୀ ମାନସୀ ସାହୁ ଓ ଅନ୍ୟ ୮ ଜଣ ବ୍ୟକ୍ତିଙ୍କୁ ଷ୍ଟକ ଜରିଆରେ ଟଙ୍କା ବିନିଯୋଗ କରିଲେ ମାସକୁ ୭ ରୁ ୮ ପ୍ରତିଶତ ପର୍ଯ୍ୟନ୍ତ ଲାଭ ମିଳିବ ବୋଲି ଦାନିପାଲି ମାଁ ରାମଚଣ୍ଡୀ ମନ୍ଦିର ନିକଟରେ ରହୁଥିବା ଚନ୍ଦ୍ର ଶେଖର ଦାସ ନାମକ ଜଣେ ଷ୍ଟକ ବ୍ରୋକର ପ୍ରତିଶୃତି ଦେଇଥିଲେ । ଏଣୁ ପିଡିତା ଙ୍କ ସମେତ ଅନ୍ୟ ମାନେ ପର୍ଯ୍ୟାୟକ୍ରମେ ପ୍ରାୟ ୧ କୋଟି ୭୦ ଲକ୍ଷ ଟଙ୍କା ଷ୍ଟକରେ ବିନିଯୋଗ ନିମନ୍ତେ ଷ୍ଟକ ବ୍ରୋକର ଚନ୍ଦ୍ରଶେଖର ଦାସକୁ ପ୍ରଦାନ କରିଥି