କୋଟପାଡ: କେରାପୁଟ ଛକରେ 103 କିଲୋ ଗଞ୍ଜେଇ ସହ ଅଟୋ ଜବତ କଲା ପୋଲିସ l
Kotpad, Koraput | Sep 15, 2025 କେରାପୁଟ ଛକରୁ 103 କିଲୋ ଗଞ୍ଜେଇ ସହ ଅଟୋ ଜବତ କଲା ପୋଲିସ l ଜବତ ଗଞ୍ଜେଇ କୋର୍ଟ ଚଲାଣ କରାଯାଇଛି l ଏନେଇ ବୈପାରୀଗୁଡା ଥାନା ଅଧିକାରୀ ଡମ୍ବୁରୁ ଧର ବାତ୍ରିଆ ସମବାର ଅପରାହ୍ନ ପାଞ୍ଚ ଟା ସମୟରେ ଗଣ ମାଧ୍ୟମକୁ ସୂଚନା ଦେଇଛନ୍ତି l ସୂଚନା ଅନୁଯାଇ, ବୈପାରୀଗୁଡା ପୋଲିସ ପକ୍ଷରୁ ଗତ କାଲି ରାତିରେ କେରାପୁଟ ଛକରେ ପେଟେଲିଙ୍ଗ ଚାଲିଥିବା ବେଳେ ସନ୍ଦେହରେ ଗୋଟିଏ ଅଟୋକୁ ଅଟକା ଯଇଥିଲା l ହେଲେ ଅଟୋ ଏଟିକିବା ପରେ ଆନ୍ଦରସୁଯୋଗ ନେଇ ଡ୍ରାଇଭର ଫେରାର ହୋଇଯାଇଥିଲା l ପୋଲିସ ଅଟୋ ଯାଞ୍ଚ ପରେ ଗଞ୍ଜେଇ ଥିବା ଜାଣିବାକୁ ପାଇବା ପରେ ଅଟୋ ସହ 103କିଲୋ ଗଞ୍ଜେଇ ଜବତ କରାଯାଇଛି l