୧୮ତମ ସୁକିନ୍ଦା ପ୍ରିମୀୟର ଲିଗର ଉଦ୍ଘାଟନୀ ଉତ୍ସବରେ ସୁକିନ୍ଦାଗଡର ରାଜାସାହେବ୍ ଭୁଦେବ ଭୂପତି ହରିଚନ୍ଦନ ମହାପାତ୍ର ମୁଖ୍ୟ ଅତିଥି ଭାବେ ଯୋଗଦେଇ ଏହାକୁ ଆନୁଷ୍ଠାନିକ ଭାବେ ଉଦ୍ଘାଟିତ କରିଥିଲେ । ଅନ୍ୟ ସମସ୍ତ ସ୍ଥାନରେ ହେଉଥିବା ଟୁର୍ଣ୍ଣାମେଣ୍ଟ ଠାରୁ ଏହା ନିଆରା । ୨୦୨୪ର ଚମ୍ପିୟାନ ହୋଇଥିବା ୧୯୯୮ ବ୍ୟାଚ ଚଳିତ ଟୁର୍ଣ୍ଣାମେଣ୍ଟର ପରିଚାଳନା ଦାୟିତ୍ଵ ଗ୍ରହଣ କରିଛନ୍ତି । ଉଦ୍ଘାଟନୀ କାର୍ଯ୍ୟକ୍ରମରେ ସୁକିନ୍ଦା ତହସିଲଦାର ମାନସ ରଞ୍ଜନ ତ୍ରିପାଠୀ, ବିଡିଓ ପ୍ରଜ୍ଞାପରମିତା ପୃଷ୍ଟି ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗଦେଇ ଏଭଳି ନିଆରା ଟୁର୍ଣ୍ଣାମେଣ୍ଟର ଉଚ୍ଚ ପ୍ରଶଂସା କରିଥିଲେ