ବଡଚଣା: ବୈରୀ ସ୍ଥିତ ଡାଳିଯୋଡା ବନ ବିଭାଗ ପକ୍ଷରୁ ଅମିୟଝରୀ ନିକଟସ୍ଥ ସୋଲାର ପ୍ଲାଣ୍ଟ ନିକଟରୁ ଚୋରା ମାଙ୍କଡ଼ା ବୋଝାଇ ଟ୍ରକ ଜବତ ।
ବୈରୀ ସ୍ଥିତ ଡାଲିଯୋଡା ବନ ବିଭାଗ ପକ୍ଷରୁ ଶୁକ୍ରବାର ଭୋର 5 ଘଟିକା ସମୟରେ ଅମିୟଝରୀ ନିକଟସ୍ଥ ସୋଲାର ପ୍ଲାଣ୍ଟ ନିକଟରେ ଏକ ଚୋରା ମାଙ୍କଡ଼ା ବୋଝାଇ ଟ୍ରକକୁ ଜବତ କରାଯାଇଛି। ଘଟଣାରୁ ପ୍ରକାଶ ଯେ ବୈରୀ ଫରେଷ୍ଟର ମାଣିକ ମୁଣ୍ଡା ପେଟ୍ରୋଲିଂ କରୁଥିବା ବେଳେ ଏକ ଟ୍ରକ ମାଙ୍କଡ଼ା ବୋଝାଇ କରି ଆସୁଥିବା ବେଳେ ଉକ୍ତ ଟ୍ରକକୁ ଆଟକାଇ ବେଳେ ଜଙ୍ଗଲ ବିଭାଗ ଗାଡିକୁ ଦେଖି ଡ୍ରାଇଭର ଟ୍ରକକୁ ଛାଡି ପଳାଇ ଯାଇଥିଲା । ଫଳରେ ଗାଡିଟିକୁ ଜବତ କରିବା ସହିତ ବୈରୀ ବନ ବିଭାଗ କାର୍ଯ୍ୟାଳୟରେ ରଖାଯାଇଛି ।