ଖଲ୍ଲିକୋଟ୍: ରାଜ୍ୟ ରାଜପଥର କରଣ ସାହି ସ୍ଥିତ ଖଲ୍ଲିକୋଟ ଆସ୍କା ମୁଖ୍ୟ ରାସ୍ତାରେ ଗଛ ଭାଙ୍ଗି ପଡ଼ି ରାସ୍ତା ଅବରୋଧ, ଯାତାୟତ ବାଧାପ୍ରାପ୍ତ
ରାଜ୍ୟ ରାଜପଥର କରଣ ସାହି ସ୍ଥିତ ଖଲ୍ଲିକୋଟ ଆସ୍କା ମୁଖ୍ୟ ରାସ୍ତାରେ ଗଛ ଭାଙ୍ଗି ପଡ଼ି ରାସ୍ତା ଅବରୋଧ ହୋଇଥିବା ବେଳେ ଖଲ୍ଲିକୋଟ ରୁ ଆସ୍କା ଯାତାୟତ ବାଧାପ୍ରାପ୍ତ ହୋଇଛି । ମିଳିଥିବା ସୂଚନା ଅନୁଯାୟୀ ଆଜି ଦିନ ପ୍ରାୟ ସାଢ଼େ ୧୨ ଟା ସମୟରେ ହଠାତ ଏକ ଗଛ କରଣ ସାହି ସ୍ଥିତଖଲ୍ଲିକୋଟ ଆସ୍କା ମୁଖ୍ୟ ରାସ୍ତାରେ ଭାଙ୍ଗି ପଡ଼ି ଥିଲା । ତେବେ ଏଥିରେ କୌଣସି ଗାଡ଼ି ଚାଳକ କୁ ପଥଚାରୀ ଆହତ ହୋଇ ନଥିବା ବେଳେ ଖଲ୍ଲିକୋଟ ରୁ ଆସ୍କା ଯାତାୟତ ବାଧାପ୍ରାପ୍ତ ହୋଇଥିବା ଦେଖିବାକୁ ମିଳିଛି ।