କେନ୍ଦୁଝର ସହର: କାଶିଆ ନର୍ଭେରାମ ଖଣି ନିକଟରେ ହାଇୱା ଦୁର୍ଘଟଣା ଗ୍ରସ୍ତ, ଚାଳକ ଆହତ
କେନ୍ଦୁଝର ଜିଲ୍ଲା ବଡ଼ବିଲ ଥାନା ଅନ୍ତର୍ଗତ ୫୨୦ ନମ୍ବର ଜାତୀୟ ରାଜପଥର କାଶିଆ ନର୍ଭେରାମ ଖଣି ନିକଟରେ ଆଜି ଏକ ହାଇୱା ଟ୍ରଲର ପଛରେ ପିଟି ହୋଇ ଦୁର୍ଘଟଣା ଘଟିଛି। ଏହି ଦୁର୍ଘଟଣାରେ ହାଇୱା କ୍ଷତିଗ୍ରସ୍ତ ହୋଇଥିବା ବେଳେ ଏହାର ଚାଳକ ଆହତ ହୋଇ ଫସି ରହିଥିଲେ। ତାଙ୍କ ଉଦ୍ଧାର କାର୍ଯ୍ୟ ଜାରି ରହିଥିବା ଦେଖା ଯାଇଥିଲା।